କଟକରେ ନୂଆ ସିଡ଼ିଏ ଏବଂ ଏସସିବି ମେଡ଼ିକାଲ କଲେଜର ଦ୍ୱିତୀୟ କ୍ୟାମ୍ପସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକରେ ନୂଆ ସିଡ଼ିଏ ଏବଂ ଏସସିବି ମେଡ଼ିକାଲ କଲେଜର ଦ୍ୱିତୀୟ କ୍ୟାମ୍ପସ କରାଯିବ । ଏଥିପାଇଁ ମହାନଦୀର ହାଡ଼ିଆପଠାରେ ୪୦୦ ଏକର ଜମି ଚିହ୍ନଟ କରାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ସେଠାରେ ଚାଲିଥିବା ଉନ୍ନୟନ କାର୍ୟ୍ୟର ସେ ତଦାରଖ କରିଥିଲେ ।