ଭାରତରେ ଚିହ୍ନଟ ହେଲେଣି ୨୦ ନୂଆ ଷ୍ଟ୍ରେନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଏପର୍ଯ୍ୟନ୍ତ ନୂଆ ଷ୍ଟ୍ରେନ କରୋନା ଭୂତାଣୁରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେମାନେ ସମସ୍ତେ ବ୍ରିଟେନ ଫେରନ୍ତା ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ ଗତକାଲି ୬ ଜଣଙ୍କ ଠାରେ ଏହି ନୂଆ ଷ୍ଟ୍ରେନ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଭାରତକୁ ୩୩ ହଜାର ଯାତ୍ରୀ ଆସିଛନ୍ତି। ସେମାନଙ୍କ ଭିତରୁ ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ଯାଞ୍ଚ ପାଇଁ ସରକାରୀ ଲାବୋରଟୋରୀକୁ ପଠାଯାଇଥିଲା। ସେଥିରୁ ଆଜି ସୁଦ୍ଧା ୨୦ ଜଣ କରୋନାର ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।