ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନବିଭାଗ ଅଧିନସ୍ଥ କରମତଲା ପଞ୍ଚାୟତ ଛନଛଡା ଗାଁ’ର ସ୍ଥାନୀୟ ଜଙ୍ଗଲରେ ଏକ ଅଜଗର ସାପକୁ କିଛି ଯୁବକ ଦେଖିବାକୁ ପାଇବା ପରେ ଏକ ଠେଙ୍ଗା ମାଧ୍ୟମରେ ନିସ୍ତୁକ ମାଡ଼ ମାରି ହତ୍ୟା କରିଛନ୍ତି। ଜଣେ ବନ୍ୟ ଜନ୍ତୁକୁ ଯଦି ଏଭଳି ନିସ୍ତୁକ ମାଡ଼ ମାରି ପାରୁଛନ୍ତି ତେବେ ସାଧାରଣ ଲୋକଙ୍କୁ କିଭଳି ମାଡ଼ ମାରିବେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି।
ଉକ୍ତ ୨ ଜଣ ଯୁବକ ଛନଛଡା ଗାଁ’ର ବୋଲି ଜଣାପଡିଛି। ନିଜେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଅନେକ ଚର୍ଚ୍ଚା ଜୋର ଧରିଛି। ଭିଡ଼ିଓ ଭାଇରାଲ ହେବା ପରେ ଦୁଇ ଯୁବକ ଲୁଚିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏନେଇ ସଇଁନ୍ତଲା ରେଞ୍ଜର ସଂଘମିତ୍ରା ଭୋଇଙ୍କୁ ପଚାରିବାରୁ ତଦନ୍ତ କରିବା ପାଇଁ ଛନଛଡା ଫରେଷ୍ଟରକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏନେଇ ବଲାଙ୍ଗିର ଡିଏଫ୍ଓ ନୀତିନ କୁମାରଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।