୨ ମହିଳା ଡାକ୍ତର ହେବେ ଜୀବନସାଥୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରେ ଗତ ସପ୍ତାହରେ ୨ ମହିଳା ଡାକ୍ତର ନିର୍ବନ୍ଧ କରିଛନ୍ତି। ଉକ୍ତ ୨ ଡାକ୍ତର ଏକ ଦମ୍ପତି ରୂପେ ଜୀବନ ବିତାଇବାର ନିଷ୍ପତ୍ତି ନେଇଛନ୍ତି। ଆଉ ଗୋଆରେ ବିବାହ କରିବା ପାଇଁ ଯୋଜନା ମଧ୍ୟ କରୁଛନ୍ତି। ଏହି କାହାଣୀଟି ହେଉଛି ଡାକ୍ତର ପରମିତା ମୁଖାର୍ଜୀ ଓ ଡା. ସୁରଭି ମିତ୍ରାଙ୍କର।

ଡା. ପରମିତା ମୁଖାର୍ଜୀ କହିଛନ୍ତି ଯେ, ୨୦୧୩ରୁ ମୋ ପିତା ମୋ ସେକ୍ସୁଆଲ ଅରିଏଣ୍ଟେସନ ସମ୍ପର୍କରେ ଜାଣିଥିଲେ। ନିକଟରେ ଯେତେବେଳେ ମା’ଙ୍କୁ ଏସମ୍ପର୍କରେ ଜଣାଇଲି ସେ ଚକିତ ହୋଇଗଲେ। କିନ୍ତୁ  ପରେ  ମାନିଗଲେ କାହିଁକି ନା ସେ ମୋତେ ଖୁସି ଦେଖିବାକୁ ଚାହୁଁଥିଲେ।

ଅନ୍ୟପଟେ ଡା. ସୁରଭି ମିତ୍ରା କହିଛନ୍ତି ଯେ, ମୋ ସେକ୍ସୁଆଲ ଅରିଏଣ୍ଟେସନକୁ କେବେ  ପରିବାର ପକ୍ଷରୁ ବିରୋଧ କରାଯାଇ ନାହିଁ। ମୁଁ ଯେତେବେଳେ ମାତା-ପିତାଙ୍କୁ ଜଣାଇଲି ସେମାନେ ଖୁସି ହେଲେ।