୨ ଟ୍ରକ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ଛକ ଦେଇଯାଇଥିବା ୨୩ନମ୍ବର ଜାତୀୟ ରାଜପଥରେ ଆଜି ୨ଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବାରକୋଟ ପଟୁ ରାଉରକେଲା ଅଭିମୁଖେ ଯାଉଥିବା ଟ୍ରକ ରାଉରକେଲା ପଟୁ ବାରକୋଟ ଅଭିମୁଖେ ଆସୁଥିବା ଟ୍ରକ ପୁରୁଣାପାଣି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଚାଳକଙ୍କ ଦ୍ରୁତ ଗାଡ଼ି ଚାଳନା ଯୋଗୁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରଛନ୍ତି। ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଉକ୍ତ ଜାତୀୟ ରାଜପଥର ଉଭୟ ପଟର ବହୁ ଯାନବାହାନ ଅଟକି ରହିଥିଲା। ଖବର ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇ ଥିବାବେଳେ ଉଭୟ ଗାଡ଼ି ଚାଳକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।