ସୁରକ୍ଷାବଳକୁ ବଡ଼ ସଫଳତା: ତ୍ରାଲରେ ୨ ଆତଙ୍କବାଦୀ ନିପାତ

 ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ତ୍ରାଲରେ ଚାଲିଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ତଥ୍ୟ ଅନୁସାରେ, ଉକ୍ତ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆତଙ୍କବାଦୀ ଗୁଳି ଚଳାଇବା ଯୋଗୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏଥିସହିତ ଅପରେସନ ଏବେ ବି ଜାରି ରହିଥିବା ନେଇ ସୂଚନା ମିଳିଛି।