ବାରାକ‌ରେ କାନ୍ଥ ଭୁଶୁଡ଼ି ୨ ଯବାନ ମୃତ, ଜଣେ ଗୁରୁତର

କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରର ବିଲ୍ଲାୱର ଅଞ୍ଚଳର ମାଛେଡିରେ ସେନାର ବାରାକ କାନ୍ଥ ଭୁଶୁଡ଼ିବାରୁ ୨ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେନା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସେନାର ୧୫୮ ନମ୍ବର ବାଟାଲିଅନର ଏକ ବାରାକରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଯବାନମାନେ ବାରାକ ଭିତରେ ଥିଲେ। ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

୩ ଜଣ ଯବାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବିଲ୍ଲାୱର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ହରିଆଣାର ସୋନପତ ଅଞ୍ଚଳର ଟୋଟା ରାମଙ୍କ ପୁଅ ସୁବେଦାର ଏସ.ଏନ ସିଂହ ଓ ସାମ୍ବାର ମଦନ ଲାଲଙ୍କ ପୁଅ ନାଏକ ପରଭେଜ କୁମାର। ସେହିପରି ପାନିପଥର ଜିଲ୍ଲା ସିଂହଙ୍କ ପୁଅ ତଥା ସିପାହି ମଙ୍ଗଳ ସିଂହ। ସେହିପରି ଗୁରୁତରଙ୍କୁ ପଠାନ କୋଟସ୍ଥିତ ସେନା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।