ପ୍ଲାଜମା ଦାନ କଲେ ୨ ଜଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୨୮ ଦିନ ପରେ ଆଜି ରାଉରକେଲା ଆଜିଏଚରେ ପ୍ଲାଜମା ଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ପ୍ଲାଜମା ଦେଇଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିବାସହ ଅନ୍ୟ ସୁସ୍ଥମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରୋତ୍ସାହିତ କରୁଛି। ଏଯାଏଁ ୫୦ରୁ ଅଧିକ କୋରନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ ପାଇଁ ସହମତି ପ୍ରଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।
ଏହି ପ୍ଲାଜମା ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ। ଏବେ ଝାରସୁଗୁଡାରୁ ଆଜିଏଚ ଯାଇ ସୁସ୍ଥ କୋରାନା ଆକ୍ରାନ୍ତମାନେ ପ୍ଲାଜମା ଦାନ କରୁଛନ୍ତି। ଭବିଷ୍ୟତରେ ଭିମସାରକୁ ଯାଇ ମଧ୍ୟ ପ୍ଲାଜମା ଦାନ କରିବେ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।