Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହାର୍ଡ଼କୋର ମାଓବାଦୀଙ୍କ ଆତ୍ମସମର୍ପଣ, ୨ ମୃତଦେହ ଉଦ୍ଧାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହାର୍ଡ଼କୋର ମାଓବାଦୀଙ୍କ ଆତ୍ମସମର୍ପଣ, ୨ ମୃତଦେହ ଉଦ୍ଧାର

ରାଉରକେଲା,ଏନ୍ଏନ୍ଏସ: ରାଉରକେଲା ପୁଲିସ ଓ ସମ୍ବଲପୁର ପୁଲିସର ମିଳିତ ଅପରେସନରେ ଏସିଏମ କ୍ୟାଡରର ହାର୍ଡ଼କୋର(ସିପିଆଇଏମ) ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ପୁଲିସର ନିରନ୍ତର ଉଦ୍ୟମ ଓ ମାଓନେତା ଅନମୋଲର ନିଯ୍ୟାତନା ସହ୍ୟ କରି ନ ପାରି ଆତ୍ମସମର୍ପଣର ପନ୍ଥା ବାଛିଥିବା ଜଣାପଡ଼ିଛି। ଏ ନେଇ ଶନିବାର ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି କେ. ଶିବା ସୁବ୍ରମଣି ଓ ସମ୍ବଲପୁର ଏସପି କେ ବି ସିଂହ ସୂଚନା ଦେଇଛନ୍ତି। ଗତ ଏକ ସପ୍ତାହରୁ ଏହି ମିଳିତ କୁମ୍ବିଂ ଅପରେସନ ଗୁରୁଣ୍ଡିଆରେ ଚାଲିଥିଲା। ଉକ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀ ହେଉଛନ୍ତି ଏରିଆ କମାଣ୍ଡା ମଙ୍ଗଳ ସିଂ ମୁଣ୍ଡା। ସେ ଏସିଏମ କ୍ୟାଡ଼ରର ସମ୍ବଲପୁର, ଦେଓଗଡ଼ ଓ ସୁନ୍ଦରଗଡ଼ରେ ସକ୍ରିୟ ଥିଲେ।

ଏସସିଏମ ଅନମୋଲ ଓ ସିସି ସଦସ୍ୟ ମିଶିର ବେସରାଙ୍କ ଅଙ୍ଗରକ୍ଷୀ ଭାବେ ମଙ୍ଗଲ କାମ କରିଆସୁଥିଲେ। ଝାଡ଼ଖଣ୍ଡ ରାଂଚି ତମାଡ଼ ଥାନା ଅନ୍ତର୍ଗତ ବାଗୋଈ ଗ୍ରାମର ନିବାସୀ ମଙ୍ଗଲ ୨୦୦୭ ମସିହାରେ ମାତ୍ର ୮ ବର୍ଷ ବୟସରେ କୁନ୍ଦନ ପୁହାଣ ଦଳରେ ସଦସ୍ୟତା ହାସଲ କରିଥିଲେ। ଉକ୍ତ ଦଳରେ ସେ କୋଲହାନ, ସରଣ୍ଡା ଆଦି ସ୍ଥାନରୁ ପ୍ରଶିକ୍ଷଣ ନେଇ ସନ୍ଦୀପ ଓ ପ୍ରଶାନ୍ତଙ୍କୁ ସହଯୋଗରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କରୁଥିଲେ। ପରେ ସେ ବୁନ୍ଦୁ , ଚାନ୍ଦିଲ, କୋଲହାନ ଓ ସରଣ୍ଡାରେ ସମ୍ପୂର୍ଣ୍ଣ ଭାବେ ୨୦୧୨ରୁ କାର୍ଯ୍ୟକଳାପ ଆରମ୍ଭ କରିଥିଲେ।

୨୦୧୩ ମସିହାରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ମାଓନେତା ଅନମୋଲ ତତ୍ତ୍ୱଧାନରେ କାମ କରୁଥିଲେ। ଅନୁଗୋଳ, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ବେଶ ସକ୍ରିୟ ଥିଲେ। ବାରମ୍ବାର ହତ୍ୟା ଓ ଜୀବନରୁ ମାରିବାକୁ ଧମକି ଦିଆଯାଉଥିବା ଯୋଗୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାର ତାଙ୍କ ଉପରେ ୪ ଲକ୍ଷ ରିୱାର୍ଡ଼ ରାଶି ନିର୍ଦ୍ଧାରଣ କରିଥିଲେ। କେ . ବଲାଙ୍ଗ, ଗୁରୁଣ୍ଡିଆ, ହଣ୍ଡାପ୍ପା( ଅନୁଗୋଳ ପୁଲିସ ଜିଲ୍ଲା) ପୁରୁଣାକୋଟ ଆଦିରେ ଅନେକ କେଶ ରୁଜୁ ହୋଇଛି। ରାଉରକେଲା ଏସପି ଶ୍ରୀ ସୁବ୍ରମଣି ମାଓବାଦୀ ମଙ୍ଗଲଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ଛତିଶଗଡ଼ ର ବିଜାପୁର ଜିଲ୍ଲା ଆବାପାଲି ଠାରେ ପୋଲିସ ମାଓବାଦୀ ଗୁଳିବିନିମୟ । ଗୁଳିବିନିମୟ ରେ ୨ ହାର୍ଡକୋର ମାଓବାଦୀ ମୃତ । ଶନିବାର ସକାଳୁ ଛତିଶଗଡ଼ ଡିଆରଜି ଯବାନ ସର୍ଚ୍ଚ ଅପରେସନ ରେ ଯାଇଥିଲେ । ଏହି ସମୟରେ ଜଙ୍ଗଲ ରେ ଲୁଚି ରହିଥିବା ମାଓବାଦୀ ସୁରକ୍ଷା ବଳ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେଇ ଡିଆରଜି ଯବାନ ମାନେ ପାଲଟା ଗୁଳି ଚାଳନା କରିଥିଲେ । ଗୁଳିବିନିମୟ ପରେ ଘଟଣା ସ୍ଥଳରୁ ୨ ମାଓବାଦୀ ଙ୍କ ମୃତ ଦେହ ସହ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।