ପୁଲିସରେ ଆତ୍ମସମର୍ପଣ କଲେ ଆଉ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ମାଲକାନଗିରି ପୁଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ଜଣ ହାର୍ଡକୋର ମାଓବାଦୀ। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର। ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା।

ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ। ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯୋଜନା କରିଥିଲେ। ଆଜି ପୁଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁସାରେ ସୁନାବେଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆଲୋଚନାରେ ଯୋଗଦେଇଛନ୍ତି ପୁଲିସ ଡିଜି ଅଭୟ। ଏହି ମାଓ ଦମନ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୁଲିସ ସହ ଆଲୋଚନା କରିଛନ୍ତି ପୁଲିସ ଡିଜି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ ଆଇଜି ଓ କୋରାପୁଟ ଏସପି ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ବାବଦରେ ବି ଆଲୋଚନା କରିଥିବା ସୂଚନା ମିଳିଛି।