ପ୍ଲାଜମା ଦାନ କଲେ ୨ ହାଲ୍ କର୍ମଚାରୀ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲରେ ସୁନାବେଡ଼ା ହାଲ୍ କର୍ମଚାରୀ ଅରୁଣ କୁମାର ତିର୍କ୍ରୀ ଓ ତରୁଣ କୁମାର ମଲ୍ଲିକ ପ୍ଲାଜମା ଦାନ କରିଛନ୍ତି। କୋରାପୁଟ ପ୍ଲାଜମା ବ୍ୟାଙ୍କରେ ଏପର୍ଯ୍ୟନ୍ତ ୬୩ ୟୁନିଟ୍ ପ୍ଲାଜମା ଗଚ୍ଛିତ ରହିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା କୋରାପୁଟ ପ୍ଲାଜମା ବ୍ୟାଙ୍କର ନୋଡାଲ ଅଫିସର ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ସୁନାବେଡା ପୌର ପରିଷଦର ପ୍ଲାଜମା ସଂଯୋଜକ ଲକ୍ଷ୍ମୀଧର ମହାପାତ୍ର, କୋରାପୁଟ ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଫକୀର ମୋହନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।