Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୨ଗୋଷ୍ଠୀ ମୁହାଁମୁହିଁ, ଜଣେ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ୨ଗୋଷ୍ଠୀ ମୁହାଁମୁହିଁ, ଜଣେ ମୃତ

ଦେବଗଡ,ଏନଏନଏସ: ଦେବଗଡ ଥାନା ଅନ୍ତର୍ଗତ ନଳବନ୍ଧ ଗ୍ରାମରେ ବୁଧବାର ରାତ୍ରୀରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଘଟିଥିବାବେଳେ ଆକ୍ରମଣରେ ଗୋଟିଏ ଗୋଷ୍ଠୀର ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ବୁଧବାର ଅପରାହ୍ନରେ ଦେବଗଡ ଥାନାକୁ ସୂଚନା ମିଳିବା ପରେ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୬ ଓ ସବ ଇନ୍ସପେକ୍ଟର ପ୍ରଦୀପ ରଞ୍ଜନପାତ୍ର ଘଟଣା ସ୍ଥଳକୁ ଯାଇ ଗ୍ରାମ ନିକଟରେ ଥିବା ମୂଷା ଗୁଡି ନାଳ କଡରୁ ମୃତ ଦେହ ଉଦ୍ଧାର କରି ଦେବଗଡ ଡାକ୍ତରଖାନା ଶବଗୃହରେ ରଖିଥିବା ଜଣା ପଡିଛି ।

ଗୁରୁବାର ମୃତଦେହ ବ୍ୟବେଚ୍ଛେଦ କରାଯିବ ବୋଲି ପୁଲିସ ପ୍ରକାଶ କରିଥିବାବେଳେ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନଳବନ୍ଧ ଗ୍ରାମର ସମ୍ଭାରୁ ମୁଣ୍ଡା ଓ କୃଷ୍ଣ ଶବର ପରିବାର ମଧ୍ୟରେ ଦୀର୍ଘ ଦିନରୁ ଗାଈ, ଛେଳି ଚୋରିକୁ ନେଇ ବିବାଦ ଲାଗି ରହିଥିଲା । ଏହି କ୍ରମରେ ମଂଗଳବାର ସକାଳେ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦ ଫଳରେ ଉତ୍ତେଜିତ ହୋଇ ସମ୍ଭାରୁ ନିଜ ସମ୍ପର୍କୀୟ ସନାତନ ମୁଣ୍ଡା ଓ ବାସୁଦେବ ମୁଣ୍ଡା ଙ୍କ ସହାୟତାରେ କୃଷ୍ଣ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତି କରିଥିଲେ ।

ଗତକାଲି ବିଳମ୍ବିତ ସଂନ୍ଦ୍ୟାରେ କୃଷ୍ଣ ଶବର ମେଘୁ ମୁଣ୍ଡା ,ସନୁ ମୁଣ୍ଡା ,ବିଷ୍ଣୁ ଶବର ଓ କୃଷ୍ଣ ଙ୍କ ଘରକୁ ଆସିଥିବା ଦେବଗଡ ପୈାରଂଚଳ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ପୂର୍ଣ୍ଣ ଶବର ଦେବଗଡ ପଟୁ ନିଜ ଗ୍ରାମ ନଳବନ୍ଧ କୁ ଆଗ ପଛ ହୋଇ ଫେରୁଥିବା ସମୟରେ ରାସ୍ତାରେ ପୂର୍ବରୁ ଛକି ରହିଥିବା ସେହି ଗ୍ରାମର ସମ୍ଭାରୁ ମୁଣ୍ଡା ଭାଇ ସନାତନ ମୁଣ୍ଡା ଓ ପୁଅ ବାସୁଦେବ ମୁଣ୍ଡା କୃଷ୍ଣ ଙ୍କୁ ପଥର ସାହର୍ଯ୍ୟରେ ଆକ୍ରମଣ କରିଥିଲେ ।

ଫଳରେ କୃଷ୍ଣ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ହୋଇ ଜୀବନ ବିକଳରେ ଦୈାଡି ପଳାଇଥିଲେ ।ତେବେ କୃଷ୍ଣ ଙ୍କ ପଛେ ପଛେ ଆସୁଥିବା ବିଷ୍ଣୁ ଓ ପୂର୍ଣ୍ଣ ସମ୍ଭାରୁ ଏବଂ ତାଙ୍କ ଅନ୍ୟ ସାଥି ମାନଙ୍କ ସହ ମୁକାବିଳା କରୁଥିବା ସମୟରେ ବାସୁଦେବ ଟାଙ୍ଗିଆ ସାହର୍ଯ୍ୟରେ ପୂର୍ଣ୍ଣ ଶବର ଙ୍କୁ ଆକ୍ରମଣ କରିଥିଲା ଫଳରେ ଘଟଣା ସ୍ଥଳରେ ପୂର୍ଣ୍ଣ ଙ୍କର ମୃତ୍ୟୁ ଘଟିଥିଲା ।

ପୂର୍ଣ୍ଣ ଙ୍କର ମୃତ୍ୟୁ ଘଟିଥିବା ଜାଣି ପାରି ଆକ୍ରମଣ କାରୀ ମାନେ ମୃତଦେହକୁ ମୂଷାଗୁଡି ନାଳ କଡରେ ପକାଇଦେଇ ସେଠାରୁ ଫେରାର ହୋଇଯାଇଥିଲେ ।ତେବେ ଆକ୍ରମଣରେ ଗୁରୁତର ହୋଇଥିବା କୃଷ୍ଣ ଦେବଗଡ ଡାକ୍ତରଖାନରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଯାଇଥିବା ବେଳେ ଭୟଭୀତ ଥିବା କାରଣରୁ ଘଟଣା ସମ୍ପର୍କରେ ଦେବଗଡ ଥାନାରେ ସୂଚନା ଦେଇ ନଥିଲେ । ଆଜି ଏ ନେଇ ଗ୍ରାମବାସୀ ଙ୍କ ଠାରୁ ସୂଚନା ପାଇ ଦେବଗଡ ଥାନା ପୁଲିସ ମୃତ ଦେହ ଉଦ୍ଧାର କରି ଅଭିଯୁକ୍ତ ଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।