ବାତ୍ୟା ସମୟରେ ପାଟଣା ମେଡିକାଲରେ ଜନ୍ମ ନେଲେ ୨ ଶିଶୁ କନ୍ୟା

ପାଟଣା,ଏନ୍ଏନ୍ଏସ୍: ବାତ୍ୟା ‘ୟାସ୍’ର ତାଣ୍ଡବ ସମୟରେ ପାଟଣା ମେଡିକାଲରେ ୨ଟି ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିବା ନେଇ ସୂଚନା ମିଳିଛି। ଉଭୟ ଶୁଶୁ କନ୍ୟାଙ୍କ ନାମ ବାତ୍ୟା ନାମ ଅନୁସାରେ ପରିବାର ଲୋକେ ‘ୟାସ୍’ ରଖିଥିବା ଜଣାପଡ଼ିିଛି। ବାତ୍ୟା ସମୟରେ ଜନ୍ମ ହୋଇଥିବା ଶିଶୁ କନ୍ୟା ସ୍ୱାମ ଓ ବଡ଼ ପଡ଼ିଆପଶି ଗ୍ରାମର ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।