ମଝି ଆକାଶରେ ଦୁଇଟି ବିମାନ ଧକ୍କା, ୭ ନିହତ

ୱାଶିଂଟନ,ଏଜେନ୍ସି: ଶୁକ୍ରବାର ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଜଣେ ସ୍ଥାନୀୟ ରାଜନେତାଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗସ୍ତ ଦୁଇଟି ବିମାନ ମଧ୍ୟରୁ ଗୋଟିଏ ସମ୍ପୃକ୍ତ ରାଜନେତା ଚଳାଉଥିଲେ ବୋଲି ଆଲାସ୍କା ପ୍ରଶାସନ କହିଛନ୍ତି। ପ୍ରାଣ ହରାଇଥିବା ରାଜନେତାଙ୍କ ନାମ ଗ୍ୟାରୀ କନୋପ। ଅନ୍ୟ ବିମାନଟିରେ ଦକ୍ଷିଣ କରୋଲିନାର ଚାରିଜଣ ପର୍ଯ୍ୟଟକ, କାନ୍ସାସର ଜଣେ ଗାଇଡ୍ ଓ ସୁଲଡୋଟନାର ପାଇଲଟ୍ ଥିଲେ।

ଆଲାସ୍କାର କେନାଇ ପେନିନସୁଲା ଅନ୍ତର୍ଗତ ସୁଲଡୋଟନା ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାରକାରୀ ଟିମ୍ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା। ବାଟରେ ଯାଉଥିଲା ବେଳେ ସମ୍ପୃକ୍ତ ଯାତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ପ୍ରାଣ ହରାଇଥିବା ୬୭ ବର୍ଷୀୟ କନୋପ ରିପବ୍ଲିକାନ ପାର୍ଟିର ବରିଷ୍ଠ ରାଜନେତା ଥିଲେ।