ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ବର୍ଡାକଟା ଗାଁରେ ବଜ୍ରାଘାତ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ। ମୃତକମାନେ ହେଲେ ବହଲପଦର ଗାଁର ତ୍ରିଲୋଚନ ପ୍ରଧାନ(୩୦) ଓ ଭାଲୁଚୁଆଁ ଗାଁର ବାସନ୍ତି ମୁଣ୍ଡା(୩୬)।
ବିରମହାରାଜପୁର ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ବ୍ୟକ୍ତି ସମାରୁ ମୁଣ୍ଡାକୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତାର କରାଯାଇଛି। ଆଜି ମଧ୍ୟାହ୍ନରେ ଖାଇ ସାରି ତଳେ ବସି ପତ୍ର ବାନ୍ଧୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା। ତେବେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।