ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଠାକୁରମୁଣ୍ଡା ବ୍ଲକ ଚଢ଼େଇଭୋଳ ରାସ୍ତାରେ ଏକ ପୋଲରେ ଟ୍ରକ୍ ଭାସିଯିବା ଫଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ଓ ହେଲ୍ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସେହିପରି ଶୁକୃଳି ବ୍ଲକର ମହିଳାଶୁଳି ଗ୍ରାମରେ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡା ଘର ଭିତରେ ଶୋଇଥିବା ସମୟରେ ଘରର କାନ୍ଥପଡ଼ିଯିବାରୁ ଚାପିହୋଇ ଘଟଣାସ୍ଥଳରେ ମାଆ ନନ୍ଦିନୀ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଶ୍ରୀମତୀ ମୁଣ୍ଡାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି ବଡ଼ସାହି ଥାନା ଅଞ୍ଚଳ ଭିମଦା ଗ୍ରାମର ସ୍ନେହଲତା ମହାପାତ୍ର ପରିବାରର ସଦସ୍ୟମାନଙ୍କ ସହିତ ବଡ଼ସାହି ଡାକ୍ତରଖାନାକୁ କରୋନା ପରୀକ୍ଷା ନିମନ୍ତେ ଯାଉଥିଲେ।
