ଜାପାନ ଜାହାଜରେ ୨ କରୋନା ରୋଗୀ ମୃତ

ଟୋକିଓ,ଜାପାନ: ଜାପାନର ଡାଏମଣ୍ଡ ପ୍ରିନ୍ସେସ୍ ଜାହାଜରେ ୨ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି। ଜାହାଜରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣେ ମହିଳା ଏବଂ ଜଣେ ପୁରୁଷ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜାହାଜରେ ଥିବା ପ୍ରାୟ ୧୪୦ ଭାରତୀୟଙ୍କ ମଧ୍ୟରୁ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଜାହାଜରେ ଥିବା ଭାରତୀୟମାନେ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, କରୋନା ଯୋଗୁ ପ୍ରାଣ ହରାଇଥିବା ୨ ଯାତ୍ରୀଙ୍କ ବୟସ ପ୍ରାୟ ୮୦ ବର୍ଷ ଥିଲା। ଜାହାଜରେ ୩୭୦୦ରୁ ଅଧିକ ଲୋକ ଥିବାବେଳେ ୬୦୦ରୁ ଅଧିକ ଯାତ୍ରୀ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।