ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ ଆହତ

ବରଗଡ଼,ଏନ୍ଏନ୍ଏସ୍: ଅମ୍ବାଭୋନାରୁ ସମ୍ବରଧରାକୁ ଯାଇଥିବା ମୁଖ୍ୟ ରାସ୍ତାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ଅମ୍ବାଭୋନା ଥାନା ମୁଣ୍ଡକଟି ଗ୍ରାମର ସହଦେବ ଭୋଇ(୪୫)। ସେହିପରି ଆହତମାନେ ହେଲେ ଗଙ୍ଗେଇ ଗ୍ରାମର ସୁନୁ ଖଡ଼ିଆ, ଭଟଲିର ଯୋଗେଶ୍ୱର ସାହୁ ଏବଂ ତପନ ନାୟକ।

ଗୁରୁବାର ଅପରାହ୍ଣରେ ସମ୍ବରଧରା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏହି ସମୟରେ ବାଇକରେ ଥିବା ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଅମ୍ବାଭୋନା ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ସହଦେବ ଭୋଇଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଅନ୍ୟମାନେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।