ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮କେଜି ଗଞ୍ଜେଇ ଓ ଏକ ବାଇକ ଜବତ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପଟକମୁଣ୍ଡା ଗ୍ରାମର ସହଦେବ ପ୍ରଧାନ ଓ ଦୁଃଶାସନ ଦେହୁରୀ।
ମିଳିଥିବା ରିପୋର୍ଟ ମୁତାବକ, ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼େଇମରା ଗ୍ରାମ ଛକ ନିକଟରେ ଗତକାଲି ରାତିରେ କୁଣ୍ଢେଇଗୋଳା ଥାନା ପୁଲିସ ଲୁଚି ରହିଥିଲା। ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ୨ଜଣ ଯୁବକ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ପଟୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକମୁଣ୍ଡା ଗ୍ରାମ ପଟକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରେ ବେଆଇନ ଗଞ୍ଜେଇ ଥିବା ଦେଖି ପୁଲିସ ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରିଥିଲା। ଅଭିଯୁକ୍ତ ଦ୍ୱୟ ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।