ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପାଣି ପମ୍ପ ଚୋରୀ କରିଥିବା ୨ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଲଇକେରା ବ୍ଲକ ଅଇତାପାଲି ଗ୍ରାମର ଜଗନ୍ନାଥ ଓରାମ(୨୫) ଓ ସୁରେନ୍ଦ୍ର ଖଡ଼ିଆ(୨୬) ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ତରେଇକେଲାର ଲାଲସାହେବ ଭୋଇଙ୍କ ଫାର୍ମହାଉସରୁ ଏକ ୩ ଏଚପିର ପାଣି ପମ୍ପ ଚୋରି ହୋଇଥିଲା। ଏନେଇ ଲାଲସାହେବ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ପାଣି ପମ୍ପକୁ ଜବତ କରିଛି।