ଚାକିରି ଦେବା ନାଁରେ ଠକେଇ,୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନାଁରେ ଶିକ୍ଷିତ ଯୁବକଯୁବତୀମାନଙ୍କ ଠାରୁ ଟଙ୍କା ନେଉଥିବାବେଳେ କୋରାପୁଟ ଟାଉନ୍ ଥାନା ପୁଲିସ ୨ଜଣଙ୍କୁ ଗରିଫ କରିଛି। ଗିରଫ ୨ଜଣ ହେଲେ ଗଙ୍ଗାଧର ସଗର ଓ ସୁଧାକର କହଁର। ସୂଚନା ଅନୁଯାୟୀ, ଗଙ୍ଗାଧର ଓ ସୁଧାକର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଦେବାକୁ ଦୁଇଦିନ ପୂର୍ବେ କୋରାପୁଟର ଏକ ହୋଟେଲକୁ ଡାକିଥିଲେ। ତେବେ ନିଯୁକ୍ତି ପାଇଁ ପ୍ରଥମେ ସେମାନଙ୍କୁ ୪ହଜାର ଟଙ୍କା ଦେବାସହ ଦରମା ପାଇଲାପରେ ବଳକା ଟଙ୍କା ଦେବାକୁ କହି ୯ଜଣଙ୍କ ଠାରୁ ୪ ହଜାର ଲେଖାଏଁ ମୋଟ ୩୬ ହଜାର ଟଙ୍କା ନେଇଥିଲେ। କୌଣସି ସୂତ୍ରରୁ ଟାଉନ୍ ଥାନା ପୁଲିସ୍ ଖବରପାଇ ସମ୍ପୃକ୍ତ ହୋଟେଲରେ ଚଢ଼ଉ କରି ୨ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଜେରାପରେ ସେମାନେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରି ପ୍ରଲୋଭନ ଦେଇ ଟଙ୍କା ଲୁଟୁଥିବା ପୁଲିସ୍ ଜାଣିପାରି ଉଭୟଙ୍କ ବିରୋଧରେ ମାମଲାରୁଜୁ କରି ଗିରଫ କରିଥିଲା। ଗୁରୁବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇ ଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।