ଗୋରୁ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ପୁଲିସ ବେଆଇନ ଗୋରୁଚାଲାଣ କରୁଥିବା ଏକ ଗାଡ଼ିକୁ ଜବତ କରିବା ସହ ଏଥିରେ ସମ୍ପକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲର ଏମଡି ରୋମିଜ ରାଜା (୨୨) ଏବଂ ଏମଡି ସକୁଲ ଆଲମ (୪୦) ବୋଲି ରେଙ୍ଗାଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ରେଙ୍ଗାଲି ଥାନା ଅଞ୍ଚଳରୁ ଗୋରୁ ଚାଲାଣ ହେଉଥିବା ରେଙ୍ଗାଲି ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିବା ପରେ ଏଏସଆଇ ଗୋବର୍ଦ୍ଧନ ପଟ୍ଟନାୟକ, ଏଏସଆଇ ବିଜୟ ପ୍ରଧାନ, ସଚ୍ଚିଦାନନ୍ଦ ପଧାନ ଓ ପୁଲିସ ଦଳ କନକତୋରାରୁ ବେଳପାହାଡ଼କୁ ଯାଉଥିବା ସମସ୍ତ ଗାଡିକୁ ପଞ୍ଚଗାଁ ନିକଟରେ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ଏକ ଟାଟା-୭୦୯ ଗାଡ଼ିରୁ ୧୩ଟି ବଳଦ ଓ ୭ଟି ଗାଈକୁ ଉଦ୍ଧାର କରିଥିଲେ। ଏହାସହ ଗାଡ଼ିରେ ଥିବା ୨ଜଣଙ୍କୁ ଗିରଫ କରିଥିଲେ।