ଟିକାବାଲି,ଫୁଲବାଣୀ,ଏନ୍ଏନ୍ଏସ୍: ଜମିବାଡି ସମ୍ପର୍କିତ ପୂର୍ବଶତ୍ରୁତାକୁ ନେଇ ଟିକାବାଲି ଥାନା କୋଚିଲାଗଡ ଗ୍ରାମରେ ଦୁଇ ଭାଇଙ୍କ ଆକ୍ରମଣରେ ଅଜିତ ବିଶୋଇ(୪୦)ଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଅଭିଯୁକ୍ତ ବାବୁଲା ଓ ଚିତ୍ତରଞ୍ଜନ ବିଶୋଇଙ୍କୁ ଗିରଫ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ରବିବାର ସକାଳେ ଅଜିତଙ୍କର ସମ୍ପର୍କିିୟ ଭାଇ ବାବୁଲା ଓ ଚିତ୍ତରଞ୍ଜନଙ୍କ ସହ ଜମିବାଡିକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସନ୍ଧ୍ୟାରେ ମଧ୍ୟ ତିନିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଝଗଡା ଉଗ୍ରରୂପ ଧାରଣ କରିଥିଲା। ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଅଜିତ ଗାଁ ମଣ୍ଡପରେ ବସିଥିବା ବେଳେ ବାବୁଲା ବିଶୋୟୀ ଏକ ଲୁହା ରଡରେ ତାଙ୍କ ମୁଣ୍ଡକୁ ତୁହାକୁ ତୁହା ପ୍ରହାର କରିଥିଲା। ଏଥିରେ ଚିତ୍ତରଞ୍ଜନ ସହଯୋଗ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ଗ୍ରାମଲୋକେ ଅଜିତଙ୍କୁ ଟିକାବାଲି ଡାକ୍ତରଖାନାକୁ ନେଇଥିଲେ।
