ପାଟନା,ଏଜେନ୍ସି: ଦେଶରେ କରୋନା କଟକଣାକୁ ଦୃଷ୍ଟିରେ ରଖି ବନ୍ଦ ଥିବା ସ୍କୁଲ୍ କଲେଜ ପୁଣି ଧୀରେ ଧୀରେ ଖୋଲିବା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ବିହାରରେ ଆସନ୍ତା ମାର୍ଚ୍ଚ ୧ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ନିଷ୍ପତି ନିଆଯାଇଛି।
ତେବେ କରୋନା ଗାଇଡ଼ଲାଇନ୍ ଅନୁସାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ଭିତରକୁ ଯିବାକୁ ଅନୁମତି ମିଳିବ। ରାଜ୍ୟର ମୁଖ୍ୟ ସଚିବ ଦୀପକ କୁମାରଙ୍କ କହିବା ମୁତାବିକ ଶ୍ରେଣୀ ଗୃହରେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ନିତ୍ୟନ୍ତ ଜରୁରୀ ଅଟେ।
ତେବେ ଏହା ଛଡ଼ା ସମସ୍ତ ପିଲାଙ୍କୁ ସ୍କୁଲ ତରଫରୁ ଦୁଇଟି ମାସ୍କ ଦିଆଯିବ। ସମସ୍ତ ଶିକ୍ଷକ ସ୍କୁଲ୍ ଆସିବା ବାଧ୍ୟ। ତେବେ ସୁରକ୍ଷା ଦୃଷ୍ଟିରେ ରଖି ପ୍ରତି ଶ୍ରେଣୀକୁ ସାନିଟାଇଜ୍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।