ବଲାଙ୍ଗୀର,ଏନ୍ଏନ୍ଏସ୍: ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ଶ୍ରମିକ ଦାଦନ ଖଟିବାକୁ ଯାଇଥିବା ଏହି ଲକଡାଉନ ସମୟରେ ଜଣାପଡ଼ିଛି। ଶୁକ୍ରବାର ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୧୯୬୨ ଜଣ ପ୍ରବାସୀ ଶ୍ରମିକ ଦୁଇଟି ଟ୍ରେନରେ ବଲାଙ୍ଗୀର ଫେରିଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ କାଲି ରାତିରେ ବଲାଙ୍ଗୀର ରେଳ ଷ୍ଟେସନରେ ପହଂଚିଥିବା ଦୁଇଟି ଟ୍ରେନରୁ ପ୍ରଥମ ଟ୍ରେନରେ ୩୦ ଜିଲ୍ଲାର ୧୪୮୫ ଶ୍ରମିକ ଓହ୍ଲାଇଥିବା ବେଳେ ସେଥିରେ ବଲାଙ୍ଗୀରର ୧୯୩ ଶ୍ରମିକ ରହିଥିଲେ । ସେହପରି ଦ୍ୱିତୀୟ ଟ୍ରେନରେ ସମୁଦାୟ ୨୨୦୨ ଶ୍ରମିକ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୭୬୯ ଜଣ ବଲାଙ୍ଗୀରର ଶ୍ରମିକ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାୟ ୧୪ ହଜାର ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିବା ନେଇ ଶ୍ରମ ବିଭାଗ ନିକଟରେ ପଞ୍ଜିକରଣ କରଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ଶ୍ରମିକ ଜିଲ୍ଲାକୁ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି। ସେହି କ୍ରମରେ ବାହାର ରାଜ୍ୟର ଶ୍ରମିକମାନେ କ୍ରମାଗତ ଭାବେ ରେଳ ଯୋଗେ ବଲାଙ୍ଗୀର ଫେରୁଛନ୍ତି।