ସ୍କୁଲ ଖୋଲିବା ପରେ ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍କୁଲ ଖୋଲିବା ପରେ ଛାତ୍ରୀ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ୩ଟି ହାଇସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେଜିପି ସରକାରୀ ହାଇସ୍କୁଲ, ହେମସାଗର ହାଇସ୍କୁଲ ଏବଂ ପାକେଲି ପଡ଼ାରେ ଥିବା ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ସଂକ୍ରମିତ ଥିବା ଜଣାପଡ଼ିଛି। ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସ୍କୁଲରୁ କରୋନା ଚିହ୍ନଟ ହେବା ପରେ ହଷ୍ଟେଲ, ସ୍କୁଲ ଶ୍ରେଣୀ ଏବଂ ଶୌଚାଳୟକୁ ସାନିଟାଇଜ କରାଯାଇଛି। ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୂରା ଜିଲ୍ଲାରେ ଚିନ୍ତା ବଢ଼ିଯାଇଛି। ବ୍ଲକ୍ ବିଡ଼ିଓ ଓ ବିଇଓ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।