ଗତ ୨୪ ଘଣ୍ଟାରେ ୧୮,୨୨୨ ସଂକ୍ରମିତ ଚିହ୍ନଟ, ୨୨୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ନୂତନ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୩୧ ହଜାର ୬୩୯କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୮,୨୨୨ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେହିପରି ୨୨୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୭୮୯କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୫୬ ହଜାର ୬୫୧ ଜଣ ସୁସ୍ଥ ହୋଇଥିବାବେଳେ ୨ ଲକ୍ଷ ୨୪ ହଜାର ୧୯୦ଟି ସକ୍ରିୟ ମାମଲା ରହିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ କରୋନା ଭୂତାଣୁ ପୁଣି ଦେଶ ଦେଶ ମଧ୍ୟରେ ବ୍ୟାପିବାରେ ଲାଗିଛି। ଏହି ମଧ୍ୟରେ ଭାରତରେ ମଧ୍ୟ ୮୨ ଜଣ ନୂତନ ଷ୍ଟ୍ରେନର କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।