ପୁଲିସ ଗୁଳିରେ ୧୮ ବିକ୍ଷୋଭକାରୀ ମୃତ

ୟାଙ୍ଗନ,ଏଜେନ୍ସି: ମିଆଁମାରରେ କ୍ଷମତାସୀନ ଜୁନ୍ତା (ସାମରିକ) ସରକାର ବିରୋଧରେ ଚାଲିଥିବା ବିକ୍ଷୋଭ ଆଜି ୨୮ ଦିନରେ ପହଞ୍ଚିଛି। ଗଣତାନ୍ତ୍ରିକ ସରକାରକୁ ହଟାଇ ପୁଣି ଥରେ ସାମରିକ ଶାସନ ଜାରି କରାଯାଇଥିବାରୁ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ଚାଲିଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନା ପକ୍ଷରୁ ରବିବାର ଗୁଳିଚାଳନା ହେବାଫଳରେ ୧୮ ଜଣଙ୍କର ପ୍ରାଣହାନି ଘଟିଛି। ଏହାବ୍ୟତୀତ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଫେବୃଆରୀ ୧ରେ ଅଙ୍ଗ୍ ସାନ୍ ସୁକୀଙ୍କ ଗଣତାନ୍ତ୍ରିକ ସରକାରକୁ ହଟାଇ ମିଆଁମାରରେ ସାମରିକ ଶାସନ ଜାରି କରାଯାଇଛି।