ଝାରସୁଗୁଡ଼ାରେ ପୁଣି ୧୭୪ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୭୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୬୦ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୧୨ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୨୨ଜଣ, ଝାରସୁଗୁଡ଼ା ବ୍ଲକରୁ ୧୦ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୬୦ଜଣ, କୋଲାବିରା ବ୍ଲକରୁ ୫ଜଣ, କର୍ମିରା ବ୍ଲକରୁ ୪ଜଣ ଓ ଲଇକେରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୧୦କୁ ବୃଦ୍ଧି ପାଇଛିି। ସେଥିମଧ୍ୟରୁ ୨,୭୭୫ ଜଣ ସୁସ୍ଥ ହୋଇଛନ୍ତି ଓ ୧,୧୩୪ ଜଣଙ୍କ ଚିକିତ୍ସା ଜାରି ରହିଛି।