ଭୋଜି ଖାଇ ଫେରିବା ବେଳେ ଅଘଟଣ: ପିକଅପ୍‌ ଓଲଟି ୧୭ ଗୁରୁତର

ଭବାନୀପାଟଣା,ଏନ୍ଏନ୍ଏସ୍: ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକଅପ୍‌ ଗାଡି ଓଲଟି ପଡ଼ିଛି। ଏଥିରେ ୧୭ ଜଣ ଯାତ୍ରୀ ଗୁରୁତର ହୋଇ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେଥିମଧ୍ୟରେ କିଛି ଶିଶୁ ଓ ମହିଳା ରହିଛନ୍ତି। ଗାଡି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୋମବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ଅନ୍ତରଲାଓ କରଚଲା ଗ୍ରାମର ଲୋକେ ବଣିଜରା ଗ୍ରାମକୁ ଏକ ପିକଅପ୍‌ ଗାଡ଼ିରେ (ଓଡ଼ି-୦୮ଜି-୮୦୪୯) ମୁଣ୍ଡନ ଭୋଜି ଖାଇ ତାଙ୍କ ଗ୍ରାମକୁ ଫେରୁଥିଲେ। ମୁଣ୍ଡରାଗୁଡା ଛକ ବୁଲାଣିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ପିକଅପ୍‌ଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଯାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବାପରେ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି।ସମସ୍ତେ ଅନ୍ତର୍ଲା ଓ କରଚଲା ଗ୍ରାମବାସୀ ବୋଲି ଜଣାଯାଇଛି। ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି।