ଦେଶରେ ଆଉ ୧୬,୯୪୬ କରୋନା ଆକ୍ରାନ୍ତ ଚିହ୍ନଟ; ୧୯୮ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୬,୯୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୫ ଲକ୍ଷ ୧୨ ହଜାର ୯୩ରେ ପହଞ୍ଚିଛି। ସେଥିରୁ ୨ ଲକ୍ଷ ୧୩ ହଜାର ୬୦୩ ଜଣ ସକ୍ରିୟ ଅଛନ୍ତି। ସେହିପରି ଦେଶରେ ଆଉ ୧୭,୬୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୭୬୩ରେ ପହଞ୍ଚିଛି। ଅନ୍ୟପଟେ ଆଜି ସୁଦ୍ଧା କରୋନାରେ ୧ ଲକ୍ଷ ୫୧ ହଜାର ୭୨୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି।