ଝାଡଖଣ୍ଡବାସୀଙ୍କୁ ୧୬ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ଗସ୍ତ କରି ଦେଓଘରରେ୧୬ ହଜାର କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ରାଞ୍ଚି ରେଳ ଷ୍ଟେସନ ପ୍ରକଳ୍ପ ଓ ଦେଓଘର ଏମ୍ସର ଉଦଘାଟନ କରିଛନ୍ତି। ସନ୍ଧ୍ୟାରେ ବିହାରର ପାଟନା ଗସ୍ତ କରି ବିଧାନସଭା କମ୍ପ୍ଲେକ୍ସ ନିର୍ମାଣର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ ମୋଦୀ ଅଂଶଗ୍ରହଣ କରିବେ।

ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ୪୦୦ କୋଟି ଖର୍ଚ୍ଚରେ ଦେଓଘର ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୋଦୀ। ଏହାପରେ ଏକ ରୋଡ୍ ସୋ’ ପରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ବାବା ବୈଦ୍ୟନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ ଓ ପୂଜା କରିବାର କାର୍ଯ୍ୟକ୍ରମ ରହିିଛି। ମୋଦୀଙ୍କ ଗସ୍ତକୁ ନେଇ ଦେଓଘର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଝାଡଖଣ୍ଡକୁ ଭେଟି ଦେଇଥିବା ଏହି ନୂଆ ପ୍ରକଳ୍ପ ଭିତ୍ତିଭୂମି ବିକାଶକୁ ଦୁଇପାଦ ଆଗକୁ ନେବ। ଅଞ୍ଚଳରେ ସାମାଜିକ ଅର୍ଥନୀତି ସୁଧୁରିବ। ବାଣିଜ୍ୟ ଏବଂ ସଂଯୋଗକୁ ସୃଦୁଢ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।