କରୋନା ଟିକାକରଣ ବେଳେ ବିଭିନ୍ନ ଦାବିରେ କଳା ବ୍ୟାଚ ପିନ୍ଧି ଟିକା ନେଲେନି ୧୬ ସ୍ୱାସ୍ଥ୍ୟକର୍ମୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କରୋନା ଟିକାକରଣ ଆରମ୍ଭ ହୋଇଛି। ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଟିକାକରଣ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୫୭ ଜଣ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଶୁକ୍ରବାର ମଧ୍ୟରେ ମୋଟ ୨୫୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ।

ଆଜି ମୋଟ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଟିକା ଗ୍ରହଣ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୬ ଜଣ ସ୍ୱାସ୍ଥ୍ୟକର୍ମୀ କ୍ୟାଡ଼ର ପରିବର୍ତ୍ତନ ଓ ପ୍ରମୋସନ ଦାବିରେ କଳା ବ୍ୟାଚ ପିନ୍ଧି ଟିକାକରଣ କାର୍ଯ୍ୟରେ ସହଯୋଗ କରି ଟିକା ନେଇ ନାହାନ୍ତି।