ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର,୧୫୧ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର/ଲୋଇସିଂଘା,ଏନ୍‌ଏନ୍‌ଏସ୍‌: ବିଜେଡିର ୨୫ତମ ପୂର୍ତ୍ତି ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବନେତା ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଲୋଇସିଂଘାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଟଲି ବିଧାୟକ ସୁଶାନ୍ତ ସିଂହ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବାବେଳେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ମ୍ୟୁନସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ସଂଯୁକ୍ତା ବରିହା, ବିଣାପାଣୀ ଦାସ ଓ ସତ୍ୟ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ କିର୍ତ୍ତୀ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।