ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଚଂଳରୁ ୩ ଜଣ, ବରଗଡ଼ ବ୍ଲକ ସିମେଣ୍ଟ ନଗରରୁ ୨ଜଣ, ବରପାଲି ଏନଏସିରୁ ୫ଜଣ, ଭଟଲି ବ୍ଲକ ହାତୀସର ଗ୍ରାମ, ପଦ୍ମପୁର ବ୍ଲକର ଜମଲା, ଭେଉଁରିଆ, ଭେଡେନ ବ୍ଲକ ପ୍ରଧାନପାଲ ଓ ଅତାବିରା ଏନଏସିରୁ ଜଣେ ଲେଖାଏଁ ରହିଛନ୍ତି। ସମସ୍ତ କରୋନା ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବାବେଳେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି।