ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନ କରାଯାଇଥିବା ପୋଷ୍ଟର ମାରିବା ଘଟଣାରେ ୧୫ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ପରିଚାଳନାରେ ପ୍ରଶ୍ନ ଉଠାଇ କେତେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଛନ୍ତି। ଏହି ମଧ୍ୟରେ କେତେକ ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାତ୍ମକ ପୋଷ୍ଟର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଏହି ଘଟଣାରେ ପୁଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ୧୫ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ମାମଲା ରୁଜୁ କରିଛି।

ପୋଷ୍ଟରରେ ଉଲ୍ଲେଖ ରହିଥିଲା କି, ମୋଦୀ ଜି ଆମ ପିଲାଙ୍କ ଟିକାକୁ କାହିଁକି ବିଦେଶ ପଠାଇଲ। ଏହି ଲେଖା ଥିବା ପୋଷ୍ଟରୁ ଗୁଡ଼ିକୁ ଦୁର୍ବୃତ୍ତମାନେ ସହରର ବିଭିନ୍ନ ସ୍ଥାନରେ ଲଗାଉଥିଲେ। ଏହି ପୋଷ୍ଟରକୁ ନେଇ ଦିଲ୍ଲୀ ପୁଲିସ ସଜାଗ ହୋଇଥିଲା। ପୁଲିସ ଆଜି ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୧୭ଟି ଏଫଆଇଆର ରୁଜୁ କରିଥିବା ଜଣାପଡ଼ିଛି।