ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ, ୧୪ ଗାଡ଼ି ଜବତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ନିକଟସ୍ଥ ମୋଟା କାଜୁ ଜଙ୍ଗଲରେ ଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ପୁଲିସ ଚଢ଼ଉ କରି ୧୪ଟି ଗାଡି ଜବତ କରିଛି । ଏଥିରେ ସେ ଗୋଟିଏ ଜେସିବି, ଗୋଟିଏ ଟ୍ରାକ୍ଟର, ୩ଟି ପାୱାରଟ୍ରଲର, ୩ଟି ଟ୍ରକ, ୩ଟି ମିନିଟ୍ରକ ଓ ୩ଟି ମୋଟରସାଇକେଲ ଜବତ କରାଯାଇଛି ।

ଏହି ଅପରେସନରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ୨ପ୍ଲାର୍ଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୁଲିସର ଅଚାନକ ଚଢ଼ଉରେ ଅଭିଯୁକ୍ତମାନେ ଖସି ଯାଇଥିବା ସୂଚନା ମିଳିଛି । ଏହିଭଳି ଚଢ଼ଉ ଆଗକୁ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି।