ମୟୂରଭଞ୍ଜରୁ ୧୩୭ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୨,୪୧୪କୁ ବୃଦ୍ଧି

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୃହ ସଙ୍ଗରୋଧରୁ ୬ଜଣ ଏବଂ ସ୍ଥାନୀୟ ସଂକ୍ରମଣ ୧୩୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୧୪ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଡ଼ସାହି ବ୍ଲକରୁ ୨୨, ଉଦଳା ବ୍ଲକରୁ ୧୨, ରାସଗୋବିନ୍ଦପୁର ଓ ବାଙ୍ଗିରିପୋଷିରୁ ୪ ଲେଖାଏଁ, ବେତନଟୀରୁ ୮, ଗୋପବନ୍ଧୁନଗର, ତିରିଂ ଓ ବିଜାତୋଳାରୁ ୬ ଲେଖାଏଁ, ଖୁଣ୍ଟା, ବାରିପଦା ବ୍ଲକ ଓ ଜାମଦାରୁ ୫ ଲେଖାଏଁ, ଯଶୀପୁରରୁ ୧୦, କପ୍ତିପଦା ଓ କରଞ୍ଜିଆ ବ୍ଲକରୁ ୯, ଶାମାଖୁଣ୍ଟା ଓ ଉଦଳା ଏନଏସିରୁ ୩ ଲେଖାଏଁ, କରଞ୍ଜିଆ ଏନଏସି, କୁଳିଅଣା, କୁସୁମୀ, ବିଶୋଇ, ମୋରଡ଼ା, ରରୁଆଁ, ସାରସକଣା, ଶୁଳିଆପଦାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଗମ୍ଭୀର ସଂକ୍ରମିତଙ୍କୁ କୋଭିଡ଼ ହସ୍ପିଟାଲ ଏବଂ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ କୋଭିଡ଼ କେୟାରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବା ସାଙ୍ଗକୁ ସେମାନଙ୍କ ଯାତ୍ରା ବିବରଣୀ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।