ଦେଶରେ ଦିନକରେ ୧୨,୮୯୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୭ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରୁ ଆଉ ୧୭,୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୯୦ ହଜାର ୧୮୩ରେ ପହଞ୍ଚିଛି। ସେଥିରୁ ୧ କୋଟି ୪ ଲକ୍ଷ ୮୦ ହଜାର ୪୫୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୫୪ ହଜାର ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୧ ଲକ୍ଷ ୫୫ ହଜାର ୨୫ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ କରୋନା ଟିକାକରଣ ପରଠାରୁ ଆଜି ପର୍ଯ୍ୟନ୍ତ ୪୪ ଲକ୍ଷ ୪୯ ହଜାର ୫୫୨ ଜଣ କରୋନା ଟିକା ନେଇସାରିଲେଣି।