ସରଜୁ ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ, ୬ ନିଖୋଜ

ଲଖନଉ: ଉତ୍ତରପ୍ରଦେଶର ଅଯୋଦ୍ଧାସ୍ଥିତ ସରଜୁ ନଦୀରେ ୧୨ଜଣ ବୁଡ଼ି ଯାଇଛନ୍ତି। ଗୋଟିଏ ପରିବାରର ୧୨ଜଣ ଗୁପ୍ତାର ଘାଟରେ ଗାଧୋଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସେଥିମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ୬ଜଣ ନିଖୋଜ ଅଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସରଜୁ ନଦୀରେ ଗୋଟିଏ ପରିବାରର ୧୫ଜଣ ଗାଧୋଉଥିବାବେଳେ ୧୨ଜଣ ବୁଡ଼ି ଯାଇଥିଲେ। ଏଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଉକ୍ତ ପରିବାର ଆଗ୍ରାର ସିକନ୍ଦରବାଦରୁ ଅଯୋଦ୍ଧା ଆସିଥିବା ଜଣାପଡ଼ିଛି।