Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୧ଗ୍ରାମ ବ୍ରାଉନସୁଗର ଜବତ : ଜଣେ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୧ଗ୍ରାମ ବ୍ରାଉନସୁଗର ଜବତ : ଜଣେ ଗିରଫ

ଖୋର୍ଦ୍ଧା, ଏନ୍ଏନ୍ଏସ୍: ବ୍ରାଉନସୁଗର ବେପାର କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଆଜି ସଦରଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମର ଏମ.ଡ଼ି. ସେଖାୱାତ(୪୦)କୁ ଗିରଫ କରିଛି। ତାଠାରୁ ୧୧ ଗ୍ରାମ ବ୍ରାଉନସୁଗର ଓ ନଗଦ ୧୦ହଜାର ଶହେ ଟଙ୍କା କୁ ଅବକାରୀ ପୁଲିସ ଜବତ କରିଛି । ତେବେ ଜବତ ବ୍ରାଉନସୁଗରର ମୂଲ୍ୟ ୧ଲକ୍ଷ ୧୦ହଜାର ହେବ ବୋଲି ଆକଳନ ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ବ୍ରାଉନ ସୁଗାର କାରବାରରେ ମୁଖ୍ୟ ଅଭିଯୁକ୍ତ ଛୋଟା ଓରଫ ଶୁଭ୍ରାଁଶୁ ପରିଡା କୋର୍ଟରେ ଆତ୍ମସମର୍ପଣ କରି ଜେଲକୁ ଯିବା ପରେ ତଥାପି ବନ୍ଦ ହୋଇନି ବ୍ରାଉନସୁଗର କାରବାର । ପୁଲିସ ଓ ଅବକାରୀ ବିଭାଗ ଚଢ଼ାଉ ଫଳରେ ସହରାଂଚଳରେ ବ୍ରାଉନସୁଗର ବିକ୍ରୀ କରିବା ନେଇ ଏଜେଂଟମାନଙ୍କୁ ଅସୁବିଧା ହେଉଥିବାରୁ ଏଜେଂଟମାନେ ଏବେ ଗ୍ରାମାଂଚଳ ମୁଁହା ହେଲେଣି । ବ୍ରାଉନସୁଗର ଅଭାବ ଯୋଗୁଁ ଗୋଟିଏ ପ୍ୟାକେଟ ୩୦୦ଟଙ୍କାରେ ମିଳୁଥିବାବେଳେ ତାହା ଏବେ ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି । ଏପରିକି ନାଲି କାଗଜ ପୁଡ଼ିଆ ପରିବର୍ତେ ନୀଳ କାଗଜ ପୁଡ଼ିଆରେ ମିଳୁଛି ବ୍ରାଉନସୁଗର । ତେବେ ଦେଉଳଟାଙ୍ଗି ଗ୍ରାମରେ ସେଖାୱାତ ବ୍ରାଉନସୁଗର ବେପାର କରୁଥିବା ନେଇ ଅବକାରୀ ବିଭାଗ ବିଶ୍ୱଷ ସୂତ୍ରରୁ ଖବର ପାଇଥିଲା । ଅବକାରୀ ଇନସପେକ୍ଟର ରଂଜନ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ ଦିନ ପ୍ରାୟ ସାଢ଼େ ୧୦ଟାବେଳେ ସେଠାରେ ଚଢ଼ାଉ କରି ଶେଖାୱାତକୁ ଗିରଫ କରିଥିଲେ । ତା’ଠାରୁ ୧୧ ଗ୍ରାମର ବ୍ରାଉନସୁଗର ସମେତ ନଗଦ ୧୦ହଜାର ଶହେ ଟଙ୍କା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଅବକାରୀ ଇନସପେକ୍ଟର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସେଖାୱାତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।