ଅବକାରୀ ବିଭାଗର ଚଢ଼ଉ: ୧୧୮ କେଜି ଗଞ୍ଜେଇ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଲକାନଗିରିର ଅବକାରୀ ବିଭାଗ ଚଢ଼ଉ କରି ୧୮ କେଜି ଗଞ୍ଜେଇ ସହିତ ୩ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ସହରରେ ୨ଜଣ ବ୍ୟକ୍ତି ଏକ ଟାଟା ସୁମୋ (ସିଜି– ୦୪ଟି ବିହାରକୁ ୧୦୮ କେଜି ଚୋରା ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ତାକୁ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ସାହାଣୀ ଓ ଦୟାଶଙ୍କର ସିଂହ ।

ସେହିପରି ଏକ ମୋଟର ସାଇକେଲରେ ୧୦ କେଜି ଗଞ୍ଜେଇ ଚାଲାଣ ହେଉଥିବାବେଳେ ଧରାପଡ଼ିଛି। ତେବେ ଏହି ୧୧୮ କେଜି ଗଞ୍ଜେଇର ମୂଲ୍ୟ ୫ଲକ୍ଷ ୯୦ ହଜାର ହେବବୋଲି ଜଣାଯାଇଛି। ଏହି ଚଢ଼ଉରେ ଇନ୍ସପେକ୍ଟର ଏମଏମ ମାଝୀ, ଦିଲ୍ଲୀପ ନାୟକ, ଏଚ୍ ଜଗାରାଓ, ଏସଆଇ ଅର୍ ହନ୍ତାଳଏସ୍ ମହାନ୍ତି, ଅମର କୁମାର ମହାପାତ୍ରଙ୍କ  ସହ କନେଷ୍ଟବଳ ଉପସ୍ଥିତ ଥିଲେ।