୧୧ କୋଇଲାଖଣି ଶ୍ରମିକଙ୍କୁ ନିର୍ମମ ହତ୍ୟା

ଇସଲାମାବାଦ,ଏଜେନ୍ସି: ଆତଙ୍କବାଦୀମାନେ ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ କୋଇଲା ଖଣିର ୧୧ ଜଣ ଶ୍ରମିକଙ୍କୁ ପ୍ରଥମେ ଅପହରଣ କରିବାପରେ ନିର୍ମମଭାବେ ହତ୍ୟା କରିଥିବା ଜଣାପଡିଛି। ନିହତ ଶ୍ରମିକଭାବେ ସଂଖ୍ୟାଲଘୁ ସିଆ ହାଜରା ସଂପ୍ରଦାୟର ହୋଇଥିବାବେଳେ ସମ୍ଭବତଃ ଏହି କାରଣରୁ ଆତଙ୍କବାଦୀଙ୍କ ଟାର୍ଗେଟ ପାଲଟିଛନ୍ତି ବୋଲି ପୁଲିସ ଅନୁମାନ କରୁଛି।

ରବିବାର ଏହି ଶ୍ରମିକମାନେ ଖଣି ଅଭିମୁଖେ ଯାତ୍ରା କରୁଥିବାବେଳେ ସଶସ୍ତ୍ର ଆତଙ୍କବାଦୀମାନେ ବେଲୁଚିସ୍ତାନର ମାଚ୍ ଅଞ୍ଚଳରୁ ସେମାନଙ୍କୁ ପ୍ରଥମେ ଅପହରଣ କରିଥିଲେ। ପରେ ସେମାନଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା। ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଡାକ୍ତରଖାନାରେ ଆଉ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା କରାଯିବା ପୂର୍ବରୁ ଏହି ଶ୍ରମିକଙ୍କୁ ପରେଡ୍ କରିବାକୁ ଆତଙ୍କବାଦୀମାନେ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖ।ନ୍ ଏହି ଲୋମହର୍ଷଣକାରୀ ଘଟଣାକୁ ସମାଲୋଚନା କରିଥିବାବେଳେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପାକିସ୍ତାନ ଫ୍ରଣ୍ଟିୟର ଫୋର୍ସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।