କଟକ,ଏନ୍ଏନ୍ଏସ୍: କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଏଯାଏଁ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି। ଗତକାଲି ଏଠାରୁ ୩୮ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ୩୭ ଜଣ କର୍କଟ ରୋଗୀ ଥିବାବେଳେ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି। କ୍ୟାନସର ହସ୍ପିଟାଲରୁ ଗତ ୨ ତାରିଖ ଦିନ ଏକକାଳୀନ ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ୧୫ ଆକ୍ରାନ୍ତ (୧ତାରିଖରେ ୬ଜଣ, ଜୁନ ୨୯ ତାରିଖରେ ୬ ଜଣ, ୨୮ ତାରିଖରେ ୨ ଜଣ ଓ ୨୪ ତାରିଖରେ ଜଣେ) ଚିହ୍ନଟ ହୋଇଥିଲେ।
ସୂଚନା ଅନୁସାରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ନର୍ସ ଓ ଆହାର କେନ୍ଦ୍ରର କର୍ମଚାରୀ ସାମିଲ ଅଛନ୍ତି। ଗତ ମାସ ୨୪ ତାରିଖରେ ପ୍ରଥମେ ଏଠାରେ ଗଞ୍ଜାମ ଜିଲ୍ଲାର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣ ନର୍ସ ଗତ ୨୮ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।