ସେନାର ବର୍ବରତା, ଆଖିବୁଜା ଗୁଳିମାଡରେ ୧୦୦ ମୃତ

ନାଏପିଦା,ଏଜେନ୍ସି: ମିଆଁମାର ସେନାର ବର୍ବରତା । ସରକାର ବିରୋଧୀଙ୍କ ଏୟାରଷ୍ଟ୍ରାଇକ । ଆଖିବୁଜା ଗୁଳିମାଡରେ ୧୦୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଥିବା ସୂଚନା । ଗତକାଲି(ମଙ୍ଗଳବାର) ମିଆଁମାରର ସାଗାଇଙ୍ଗ ପ୍ରଦେଶସ୍ଥିତ କାଣ୍ଟ ବୁଲ ଟାଉନସିପ ଠାରେ ଏହି ବର୍ବରକାଣ୍ଡ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ଅଙ୍ଗ ସାନ ସୁକିଙ୍କ ସରକାରଙ୍କୁ ହଟାଇ ସେନା କ୍ଷମତା ହାତେଇଥିଲା । ଏହାପର ଠାରୁ ସେନାର ଏୟାକ ଷ୍ଟ୍ରାଇକ ଦୈନନ୍ଦିନ ଘଟଣା ପାଲଟିଯାଇଛି । ସେନାର ବର୍ବର ଗୁଳିକାଣ୍ଡରେ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । କିନ୍ତୁ ସେନା ପକ୍ଷରୁ ଏୟାରଷ୍ଟ୍ରାଇକ ବନ୍ଦ ହେଉନାହିଁ ।