ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦାର ମାନେ ବୋଲ ମାନୁ ନାହାନ୍ତି। ବେଆଇନ ଭାବରେ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି। ସେହିପରି ଆଜି ଲାଠୋର ପୁଲିସର ଏଏସ୍ଆଇ ଜତୀନ୍ଦ୍ର ବଡାଈ ବିଶେଷ ସୂତ୍ରରୁ ଖବରପାଇ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ରେଳଷ୍ଟେସନ ନିକଟରେ ଘୁଚାପାଲି ଗାଁର ଶ୍ରମିକମାନେ କନ୍ଦାଗାଡ଼ର ସର୍ଦାର ନବୀନ ମାଝୀ ୧୦ ଜଣ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟର ଲଲଗୁଣ୍ଡା ଠାରେ ଥିବା ଏକ ଇଟାଭାଟିକୁ ଚାଲାଣ କରୁଥିବା ସମୟରେ ଲାଠୋର ପୁଲିସ ଉଦ୍ଧାର କରିଥିଲେ।ଶ୍ରମିକ ମାନେ ହେଲେ ବଲାଙ୍ଗିର ଜିଲ୍ଲାର ଘୁଚାପାଲି ଗାଁର। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୩ ଜଣ ମହିଳା ଓ ୨ ଜଣ ଶିଶୁ ଥିବାର ଜଣାପଡିଛି। ଚାଲାଣ କରୁଥିବା ସର୍ଦାର ତୁରେକେଲା କନ୍ଦାଗାଡ଼ର ନବୀନ ମାଝୀକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅଟକ ରଖିଥିବା ସର୍ଦାରର ଆବଶ୍ୟକ କାଗଜ ପତ୍ର ନଥିବାରୁ ତା ବିରୋଧରେ ଲାଠୋର ଥାନା କେସ୍ ନଂ- ୧୩୭/୫-୧୧-୨୨ ସହ ଧାରା-୩୭୦/୩୭୪/୪୨୦ ଆଇପିସି/୨୫ ଆଇଏସ୍ଏମ୍ଡବ୍ଲୁ ଆକ୍ଟରେ ମକୋଦ୍ଦମା ରୁଜୁ କରି ସର୍ଦ୍ଦାରକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଲାଠୋର ଥାନା ଅନ୍ତର୍ଗତ ଝଶ କେତନ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।