ପ୍ରଦୂଷଣ ନିୟମ ଉଲ୍ଲଂଘନ ଅଭିଯୋଗ: ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟକୁ ୧ କୋଟି ଟଙ୍କା ଜୋରିମାନା

ପାରାଦୀପ,ଏନ୍ଏନ୍ଏସ୍: ପ୍ରଦୂଷଣ ନିୟମ ଉଲ୍ଲଂଘନକୁ ନେଇ ବିଭିନ୍ନ କମ୍ପାନୀକୁ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଛାଟ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଉଲ୍ଲଂଘନକାରୀ କମ୍ପାନୀଙ୍କ ଉପରେ କ୍ଷତିପୂରଣ ଧାର୍ଯ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟକୁ ସର୍ବାଧିକ ୧ କୋଟି ଟଙ୍କା ଜୋରିମାନା ହୋଇଛି। ସେହିପରି ୨ଟି ମଧ୍ୟମ ଶିଳ୍ପ କେନ୍ଦ୍ରକୁ ୫୦ ଲକ୍ଷ ଲେଖାଏଁ ଓ ୫ଟି କ୍ଷୁଦ୍ର ଶିଳ୍ପ କେନ୍ଦ୍ରକୁ ୨୫ ଲକ୍ଷ ଲେଖାଏଁ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ହୋଇଛି।
ତେବେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ମଧ୍ୟରେ ପାରାଦ୍ୱୀପ ପୋର୍ଟ, ଆଇଓସିଏଲ, ଇଫକୋ ଓ ପିପିଏଲ ରହିଛି।