ମୋବାଇଲ ଦୋକାନରୁ ୧.୨୦ଲକ୍ଷ ଟଙ୍କାର ମୋବାଇଲ ଲୁଟ୍

ରାୟଗଡ଼ା,ଏନ୍ଏନ୍ଏସ୍: କପିଳାସ ହୋଟେଲ ଛକ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ସଟର ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଦୋକାନ ମଧ୍ୟରେ ଥିବା ୧ଲକ୍ଷ ୨୦ହଜାର ମୂଲ୍ୟର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଦୋକାନ ମାଲିକ ତରଫରୁ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି।