ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କୀ ନିହତ

ନୂଆଦିଲ୍ଲୀ, ଜାମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ସଦସ୍ୟ ଥିବା ସୂଚନା ମିଳିଛି ।  ପୋଲିସ ମହାନିର୍ଦେଶକ ବିଜୟ କୁମାର କହିଛନ୍ତି ଯେ, ଦକ୍ଷିଣ କାଶ୍ମୀରର ମନଗାମରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିଗୋଳା ହୋଇଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ହିଜବୁଲ ମୁଜାହିଦ୍ଦିନ ଏବଂ ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛି ।

ମୃତକ ୨ ଆତଙ୍କୀ ଶୋପିଆନ ଜିଲ୍ଲାର ଇନାତୁଲ୍ଲାହ ଶେଖ୍‌ ଏବଂ ଅନନ୍ତନାଗ୍‌ର ଆଦିଲ ମଲ୍ଲିକ ବୋଲି ସୂଚନା ମିଳିଛି ।