ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,କିର୍ମିରା,ଏନ୍ଏନ୍ଏସ୍: ଦକ୍ଷିଣପୂର୍ବ ରେଳପଥ ଝାରସୁଗୁଡ଼ା-ଧୁତରା ରେଳ ଷ୍ଟେସନ ମଝିରେ ଥିବା ସାସରସମାଲ ରେଳଫାଟକ ନିକଟରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳବାଇ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସାରସମାଲ ଗ୍ରାମର ବିଜୁ ଦିହିରିଆ(୩୦) ବୋଲି ଜଣାପଡ଼ିଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଯୁବକଙ୍କ ମୃତ୍ୟୁ କିପରି ହେଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ଯୁବକଙ୍କ ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ ପାଣି ବୋତଲ ପଡ଼ିଥିବାରୁ ସେ ରାତିରେ ଶୌଚ ପାଇଁ ଯାଉଥିବାବେଳେ ଟ୍ରେନ ଧକ୍କାରେ ପ୍ରାଣ ହରାଇ ଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୂର୍ବରୁ ମଧ୍ୟ ଏଠାକୁ ଶୌଚ ପାଇଁ ଯାଉଥିବାବେଳେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବୋଲି ସେମାନେ କହିଛନ୍ତି। ତେବେ ବିଜୁର ମୃତ୍ୟୁ କିପରି ହେଲା, କେଉଁ ଟ୍ରେନ ବିଜୁଙ୍କୁ ଧକ୍କା ଦେଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।